advertisement

ଚାଷୀଙ୍କୁ ମିଳିବ ସ୍ମାର୍ଟଫୋନ, ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଜନା କରୁଥିବା ବେଳେ ଚାଷୀଙ୍କୁ ସ୍ମାର୍ଟ ଫୋନ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ସ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଏ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି । ଅନ୍ୟ ପକ୍ଷରେ ଏହା ଚାଷୀଙ୍କୁ ନିର୍ବାଚନୀ ଥୋପ ବୋଲି ବିରୋଧୀ ବିବେଚନା କରୁଛନ୍ତି । ଶୁକ୍ରବାର ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇ ଆସୁଛନ୍ତି । ଆଗକୁ ଆହୁରି ଅନେକ ପଦକ୍ଷେପ ମଧ୍ୟ ନିଆଯିବ । ସେ କହିଥିଲେ ଯେ ଏବେ ଚାଷୀଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରଯିବ । ଏହାଦ୍ୱାରା ଚାଷୀ ଚାଷ ସଂପର୍କିତ ତଥ୍ୟ ଘରେ ବସି ଜାଣି ପାରିବେ । କେତେ ଚାଷୀଙ୍କୁ ସ୍ମାର୍ଟ ଫୋନ ଦିଆଯିବ, ସେ ସଂପର୍କରେ ସ୍ପଷ୍ଟ ସଂଖ୍ୟା କହିପାରି ନଥିଲେ ମଧ୍ୟ ପ୍ରତି ଜିଲ୍ଲାରୁ ୨ ହଜାର ଲେଖାଏଁ ଚାଷୀଙ୍କୁ ସ୍ମାର୍ଟ ଫୋନ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ଚାଷୀଙ୍କୁ ସ୍ମାର୍ଟ ଫୋନ ଦିଆଯିବା ପ୍ରସଙ୍ଗରେ ବିରୋଧୀ ନିର୍ବାଚନୀ ଥୋପ କହିଛନ୍ତି ସରକାର ନିର୍ବାଚନୀ ଥୋପ ପକାଉଛନ୍ତି ।

Tags : Smartphone for farmers in odisha

Loading...
Facebook Messenger for Wordpress