କିଛି ବର୍ଷ ଆଗରୁ ଓଲିଉଡ଼ରେ କାହାଣୀର ଅଭାବ ଥିଲା ହେଲେ ଏବେ ନାହିଁ : ଶୁଭଜିତ୍ ଆନନ୍ଦ

ଶୁଭଜିତ୍ ଆନନ୍ଦ । ସେ ଲେଖିବାକୁ ବହୁତ ଭଲ ପାଆନ୍ତି । ପିଲାଟିବେଳୁ ଲେଖାପ୍ରତି ଦୁର୍ବଳତା ତାଙ୍କୁ ଆଜି ଜଣେ ଆଗଧାଡ଼ିର ଲେଖକ ଭାବେ ପରିଚୟ ଦେଇଛି । ବିଶେଷ କରି ସିନେମାର ସ୍କ୍ରିନ ପ୍ଲେ ଲେଖନ୍ତି । ନିକଟରେ ଏକ ସିନେମାରେ ଅଭିନୟ ବି କରିଛନ୍ତି । ଲେଖିବା ସହ ଅଭିନୟର ଯାତ୍ରା କିଭଳି ଥିଲା ଆମ ‘ଓଡ଼ିଶା ଅପଡେଟ୍’ ତରଫରୁ ଶୁଭଜିତଙ୍କ ସହ ସ୍ବତନ୍ତ୍ର ଆଳାପ ।
କେମିତି ଅଛନ୍ତି ?
ଭଲ ଅଛି l
ପେଶାରେ ଆପଣ ଜଣେ ଲେଖକ ଏବଂ ଓଡ଼ିଆ ସିନେମା ‘କର୍ମ’ରେ ଅଭିନୟ କଲେ କିଭଳି ଥିଲା ଅନୁଭୂତି ?
ଏକ ଦମ ନିଆରା ଅନୁଭୂତି ଥିଲା l ବହୁତ କିଛି ଜାଣିବା ଆଉ ଶିଖିବା ପାଇଁ ମିଳିଲା l ମୁଁ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏବଂ ପ୍ରଯୋଜିକା ବର୍ଷା ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବି ମତେ ସୁଯୋଗ ଦେଇଥିବାରୁ l ଜଣେ ଲେଖକ ହିସାବରେ ଫିଲ୍ମ ମେକିଙ୍ଗ ଉପରେ ଜାଣିବା ବହୁତ ଜରୁରୀ ଥିଲା l
ସେମିତି କିଛି ନାହିଁ l ହଁ ଥିଲା କିଛି ବର୍ଷ ଆଗରୁ ହେଲେ ଏବେ ନାହିଁ l ବର୍ତ୍ତମାନ ଭିନ୍ନ ଭିନ୍ନ ଜୋନାରର କାହାଣୀ କୁ ନେଇ ସିନେମା ଆସୁଛି l
ଭାବୁଛନ୍ତି କି ଓଲିଉଡ଼ରେ ଲେଖକମାନଙ୍କୁ ବିଶେଷ ସମ୍ନାନ ମିଳୁନାହିଁ ?
ନାଇଁ ସେମିତି କିଛି ନାହିଁ l ଅନ୍ତତଃ ମୁଁ ସେମିତି ଫେସ କରିନାହିଁ l ହେଲେ ସମ୍ମାନ ସହ ଉପଯୁକ୍ତ remuneration ବା ପାରଶ୍ରମିକ ମିଳିବl ଜରୁରୀ l ନହେଲେ ଲେଖକ ତାର ଗୁଜୁରାଣ ମେଣ୍ଟେଇବ କେମିତି? କାରଣ, ସ୍କ୍ରିନ ରାଇଟିଙ୍ଗ ଗୋଟେ ପେଶା l
ଓଲିଉଡ଼ରେ ଯେଉଁ କଳି ବିଭିନ୍ନ ସମୟରେ ଚାଲୁଛି ତାକୁ ନେଇ କ’ଣ କହିବେ ?
ଦେଖନ୍ତୁ, ଆମର ସିନେମା ଇଣ୍ଡଷ୍ଟ୍ରି ଗୋଟେ ଛୋଟିଆ ପରିବାରଟିଏ l ଯଦି ଏଇ ଛୋଟ ପରିବାର ଭିତରେ କଳି ଝଗଡା ଲାଗି ରହିବ ତାହେଲେ ପରିବାରର ଉନ୍ନତି କେମିତି ହବ? ତେଣୁ ପରସ୍ପର ପ୍ରତି ସମ୍ମାନ ରହିବ ଉଚିତ l
ଆପଣଙ୍କର ଆଗାମୀ ପ୍ରୋଜେକ୍ଟ ବିଷୟରେ କ’ଣ କହିବେ ?
କଥାବାର୍ତ୍ତା ଚାଲିଛି l ତେଣୁକରି ବର୍ତ୍ତମାନ ମୁଁ ସଠିକ ଭାବରେ ସୂଚନା ଦେବା ଉଚିତ ହବନି l ମୁଁ ସିନେମା ଲେଖକ ବ୍ୟତୀତ ବର୍ତ୍ତମାନ ଟ୍ରାନ୍ସଲେସନ ଏବଂ subtitling କାମ ଆରମ୍ଭ କରିଛି l ବିଶ୍ୱନାଥ ରଥଙ୍କ କମ୍ପାନୀରେ ମୁଁ ସିନେମା ପାଇଁ subtitling କାମ କରୁଛି l ଏଇ ବର୍ଷ release ହବାକୁ ଯାଉଥିବା ଫିଲ୍ମ ମିଶିରି ଆଉ ଆଞ୍ଜେଲ ପାଇଁ subtitle ଲେଖିଛି l