ଇସ୍ପାତ କାରଖାନା ୟୁନିୟନ ସ୍ବୀକୃତି ନିର୍ବାଚନ-୨୦୨୪; ସିଆଇଟିୟୁର ନିର୍ବାଚନୀ ଇସ୍ତାହାର

ଇସ୍ପାତ କାରଖାନା ୟୁନିୟନ ସ୍ବୀକୃତି ନିର୍ବାଚନ-୨୦୨୪;  ସିଆଇଟିୟୁର ନିର୍ବାଚନୀ ଇସ୍ତାହାର

ରାଉରକେଲା,୯/୧୧ : ଚଳିତ ନଭେମ୍ବର ୧୨ତାରିଖ ମଙ୍ଗଳବାର ରାଉରକେଲା ଇସ୍ପାତ କାରଖାନା ୟୁନିୟନ ସ୍ବୀକୃତି ନିର୍ବାଚନ - ୨୦୨୪ଅନୁଷ୍ଠିତ ହେବାକୁ ଯାଉଛି। ଶୁକ୍ରବାର ସନ୍ଧ୍ୟାରେ ସିଆଇଟିୟୁ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯିବା ସହିତ ରାଉରକେଲା ଇସ୍ପାତ କାରଖାନା ସ୍ବୀକୃତି ୟୁନିୟନ ନିର୍ବାଚନ ପାଇଁ ସିଆଇଟିୟୁର ଚିହ୍ନ ଦା-ହାତୁଡି ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବାକୁ ଇସ୍ପାତ କାରଖାନାର ସମସ୍ତ କର୍ମଚାରୀଙ୍କୁ ଅନୁରୋଧ କରାଯାଇଛି।

ସିଆଇଟିୟୁର ଏହି ନିର୍ବାଚନୀ ଇସ୍ତାହାର ମଧ୍ଯରେ ସିଆଇଟିୟୁ ପକ୍ଷରୁ ୧୬ଟି ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଛି। ଶୁକ୍ରବାର ସନ୍ଧ୍ୟାରେ ସେକ୍ଟର-୧୬ ସିଆଇଟିୟୁ କାର୍ଯ୍ଯାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁର କେନ୍ଦ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି ଓ ବରିଷ୍ଠ ନେତା ବିମାନ ମାଇତିଙ୍କ ସମେତ ଶ୍ରମିକ ସଙ୍ଗଠନର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।